Saturday, June 20, 2020

ସ୍ବପ୍ନର ମାଣିକ୍ୟ

ଏହି ଗପଟି ମୁଁ ଶୁଣିଥିଲି ମୋ ଅଜାଙ୍କ ପାଖରୁ.. ସେତେବେଳେ ମୁଁ ମାମୁଁଙ୍କ ଘରକୁ ବୁଲିବାକୁ ଯାଏ ଆଉ ଗାଁ ଦାଣ୍ଡ ପିଣ୍ଡିରେ ସନ୍ଧ୍ୟା ହେଲେ ସମସ୍ତେ ବସି ଗପ ଶୁଣୁ...ଆମକୁ ଅଜା ବହୁତ ଗୁଡିଏ ଗପ ଶୁଣାନ୍ତି .ସେଥିରେ ଭୂତ ଗପ,ଚୋର ଗପ,ଖଜଣା ସନ୍ଧାନ ଗପ ଗୁଡ଼ିକ ଆମକୁ ଶୁଣାନ୍ତି..ସଂଧ୍ୟାରେ ସେତେବେଳେ ବିଜୁଳି କଟିଯାଏ ଆଉ ଆଜି ଭଳି ମୋବାଇଲ ତ ନଥିଲା ନା ସେଥିପାଇଁ ଆମକୁ ଅଜା ଭଲ ଭଲ ଗପ ଶୁଣାନ୍ତି ଆମ ମନକୁ ଖୁସି କରିବା ପାଇଁ...
ଅଜା ଆରମ୍ଭ କଲେ ଗପ,କହିଲେ ଆଜିର ଗପର ନା ହେଉଛି "ସ୍ୱପ୍ନର ମାଣିକ୍ୟ" ...ସାଙ୍ଗେ ସାଙ୍ଗେ ମୁଁ ପଚାରିଦେଲି ଅଜା ସ୍ବପ୍ନ ତା ଜାଣିଲି ଏ ମାଣିକ୍ୟ କଣ..ଅଜା ହସିଦେଲେ ଆଉ କହିଲେ ନାତିଆ..ଆରେ ମାଣିକ୍ୟ ଜାଣିନୁ ତାହା ହେଉଛି ହୀରା ଭଳି ଦେଖାଯାଉଥିବା ଗୋଟିଏ ଦୁର୍ଲଭ ପଥର..ଏବେ ଗପ କହୁଛି ଶୁଣ ସମସ୍ତେ..ଏ ଗପକୁ ଆମ ପୂର୍ବପିଢି ଆମକୁ ଶୁଣେଇଥିଲେ ଏବେ ଆମେ ତୁମ ମାନଙ୍କୁ କହୁଛୁ..ଏ କଥାଟିର ଆରମ୍ଭ ହେଉଛି ମଣିଭଦ୍ରା ପର୍ବତର ଉତ୍ତର ଦିଶାରେ ଥିବା ଗୋଟିଏ ଗ୍ରାମ କର୍ଜନପୁରରୁ ସେଠାରେ ଗୋଟିଏ କମାର ବସ ବାସ କରୁଥିଲା ତାର ନାମ ଥିଲା ତ୍ରିପଣ ସେ ଲୋକଟି ବହୁତ ଦୟାବାନ ଥିଲା କଷ୍ଟକରି ଲୁହାକୁ ଧାରଦେଇ ରୋଜଗାର କରି ଗୁଜୁରାଣ ମେଣ୍ଟାଉ ଥାଏ  ତାର ଗୋଟିଏ ପୁଅ ଥାଏ ,ଯେ କି ଛୋଟ ପିଲାଟିଏ,ସେ ଛୋଟ ପିଲା ହେଲେ ମଧ୍ୟ ତା ବାପାଙ୍କୁ ତାଙ୍କ କାମରେ ସାହାଯ୍ୟ କରୁଥାଏ ,ପିଲା ବେଳୁ ସେ ତା ମା କୁ ଦେଖିନି ଜନ୍ମ ହେଲା ପରେ ପରେ ମା ଆରପାରିକୁ ଚାଲିଯାଇଥିଲେ।ସେମାନେ ବହୁ କଷ୍ଟରେ ଦିନ କାଟୁଥିଲେ କିନ୍ତୁ ସେମାନେ ପରିଶ୍ରମ କରି ଚଳୁଥିଲେ ।ବେଳେବେଳେ ଗ୍ରାମର ଲୋକ ମାନେ ଯେତେବେଳେ ଆସନ୍ତିନି ସେତେବେଳେ ସେମାନେ ଜଙ୍ଗଲରୁ ଫଳମୂଳ ଆଣି ଖାଇ ଚଳିଯାନ୍ତି । ସେ ଗ୍ରାମର ଲୋକମାନେ ସେ କମାରର ଦୟାପରବସ ଗୁଣକୁ ଦେଖି ବହୁତ ସମୟ ଠକି ଦେଇ ଚାଲିଯାନ୍ତି ହେଲେ ସେ କମାର ମନରେ କେବେ ହେଲେ କୌଣସି ପ୍ରକାରର ଭାବନା ନଆଣି ଲୋକଙ୍କ କାମକୁ କରିଦିଏ। ଦିନେ ରାତିରେ ଶୋଇବା ସମୟରେ  ଗ୍ରାମରେ ଘୁର୍ଣ୍ଣିଝଡ ଏମିତି ଆସିଲା ଯେ
ସେ ଗ୍ରାମର ବହୁତ ଲୋକ ନିଖୋଜ ହୋଇଗଲେ ଆଉ କେତେ ଲୋକ ମରିଗଲେ.. ବର୍ଷା ଲଗାତାର ଦୁଇରୁ ତିନି ଦିନ ଲାଗି ରହିଲା..ସେ କମାର ରଖିଥିବା ସମସ୍ତ ଖାଦ୍ୟ ସରିବାକୁ ଆସିଲା ସେ ତା ପୁଅକୁ କହିଲା ପୁଅ ଆଉ ଗୋଟିଏ ଦିନରେ ଖାଦ୍ୟ ସାମଗ୍ରୀ ତ ସରିଯିବ ତେଣୁ କାଲି ସକାଳୁ ଜଙ୍ଗଲକୁ ଯାଇ କିଛି ଫଳ ମୂଳ ପଡ଼ିଥିଲେ ନେଇ ଆସିବି କାରଣ ଲୋକମାନେ ଏବେବି ଅସୁବିଧାରେ ଅଛନ୍ତି ଆମ ପାଖକୁ କେହି କାମ ନେଇ ଆସିବେନି ତେଣୁ କାଲି ମୁଁ ଯିବି ଜଙ୍ଗଲକୁ ତୁ ଏବେ ଖାଇକି ଶୋଇପଡ ।ସେ କମାରର ପୁଅ ଖାଇ ସାରି ଶୋଇବାକୁ ଗଲା ସୋଉ ସୋଉ ତାକୁ ନିଘୋଡ଼ ନିଦ ହେଇଗଲା.. ଏବଂ ସ୍ବପ୍ନ ଦେଖିବାକୁ ଲାଗିଲା ତା ସ୍ୱପ୍ନରେ ସେ ଦେଖୁଥାଏ..ଗୋଟିଏ ନଗର ପରିକ୍ରମା ସେ କରୁଛି ଆଉ ଯେଉଁ ଆଡେ ଦେଖୁଛି ଖାଲି ସୁନା ରୂପରେ ତିଆରି ହୋଇଥିବା ମହଲ ସବୁ ଅଛି ସେ ତାପରେ ଦେଖିଲା ଗୋଟେ ଜାଗାରେ ଲୋକ ମାନେ ବସିକି କଣ ଜିନିଷ ସବୁ ବାଣ୍ଟୁଛନ୍ତି ସେ ସେଠାକୁ ଗଲା ଆଉ ସେ ସେଠାରେ ଦେଖିଲା କିଛି ନାଲି ଚିକମିକ ପଥର ଗୁଡିକୁ ସେମାନେ ନିଜ ନିଜ ମଧ୍ୟରେ ବାଣ୍ଟୁଛନ୍ତି, ତାପରେ ସେ ସେମାନଙ୍କୁ ପଚାରିଲା ଭାଇମାନେ ଏହା କେଉଁ ଜାଗା ଆଉ ଆପଣମାନେ ଏଠି କଣ ସବୁ ନିଜ ମଧ୍ୟରେ ବାଣ୍ଟୁଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଲୋକ କହିଲା ପୁଅ ଏ ନଗରର ନାମ ହେଉଛି  ଲାଲପୁର  ଯାହାକି କିଛି ସମୟରେ ଧ୍ବଂସ ହେବାକୁ ଯାଉଛି ଏଠାରେ ଥିବା ପବିତ୍ର "ଭବିଷ୍ୟ ଗ୍ରନ୍ଥ"କୁ କେହି ଜଣେ ଚୋରେଇ ନେଇଛି ତେଣୁ ଏ ନଗର ଧ୍ବଂସ ହେଇଯିବ ଏହି ନଗରକୁ ଛାଡି ସମସ୍ତେ ପଳେଇଛନ୍ତି ଆମେ କେବଳ ଚାରିଜଣ ଅଛୁ ଏ ଲାଲ ମାଣିକ୍ୟ ନବା ପାଇଁ ଆମେ ଏବେ କିଛି ସମୟ ମଧ୍ୟରେ ପ୍ରସ୍ଥାନ କରିବୁ ତୁ ଭି ଏଠାରୁ ଜଲଦିରୁ ଜଲଦି ଚାଲିଯା ଏକଥା ଶୁଣି ସେ ପଚାରିଲା ଲାଲ ମାଣିକ୍ୟ କଣ ତାକୁ ସେମାନେ କହିଲେ ପବିତ୍ର ଗ୍ରନ୍ଥର କିରଣ ଯେଉଁ ପଥର ଉପରେ ପଡେ ସେଠାରେ ଲାଲ ମାଣିକ୍ୟ ମନକୁ ମନ ତିଆରି ହୋଇଯାଏ । ଏବେ ଯେହେତୁ ପବିତ୍ର ଗ୍ରନ୍ଥ ଚୋରି ହୋଇ ଯାଇଛି ଏ ମାଣିକ୍ୟକୁ ଆମେ ନେଇ ଯାଉଛୁ ତାପରେ ସେମାନେ ସେ ପିଲାଟିକୁ ପଚାରିଲେ ତୁମେ ଏଠାକୁ କଣ ପାଇଁ ଆସିଛ, ପିଲାଟି କହିଲା ମୁଁ ଏଠାକୁ କିପରି ଆସିଲି ଜାଣିନି ସେମାନେ ସମସ୍ତେ ହସିବାକୁ ଲାଗିଲେ କହିଲେ ଏମିତି ହିଁ ହୁଏ ତାପରେ ସେମାନେ କହିଲେ ଆମ ସାଙ୍ଗରେ ଚାଲ, ପିଲାଟି ତୁରନ୍ତ ରାଜିହେଇଗଲା ସେମାନେ ତାକୁ ମଧ୍ୟ କିଛି ମାଣିକ୍ୟ ଦେଲେ ତାପରେ ସେମାନେ ଚାଲିବାକୁ ଲାଗିଲେ ପିଲାଟି ମଧ୍ୟ ଚାଲୁଥାଏ..କିଛି ଦୂରରେ ସେ ଦେଖିଲା ଜଣେ ସାଧୁବାବା ଧ୍ୟାନରେ ବସିଛନ୍ତି ସେ ତାଙ୍କ ଆଡ଼କୁ ଚାହିଁଲା କ୍ଷଣି ସେ ବାବା ତା ଆଡ଼କୁ ହଠାତ ଅନେଇ ଦେଲେ ଏହା ଦେଖି ସେ ପିଲାର ନିଦ ଭାଙ୍ଗିଗଲା ଏବଂ ସେ ପିଲାଟି ଦେଖିଲା ତା ପାଖରେ ସେ ଲାଲ ମାଣିକ୍ୟ ମଧ୍ୟରୁ କିଛି ପଡ଼ିଛି ସେ କିଛି ଭି ବୁଝିପାରିଲାନି କଣ ହଉଛି । ସେ ତା ବାପାଙ୍କୁ ଅପେକ୍ଷା କଲା ସବୁକଥା କହିବା ପାଇଁ ଯେ କି ବଡ଼ି ଭୋରରୁ ଯାଇଥିଲେ ଫଳ ମୂଳ ଆଣିବା ପାଇଁ ,ସକାଳ ଯାଇ ଦ୍ବିପହର ହେଲା ତା ବାପା ଆସିଲେ ହାତ ଧୁଆଧୁଇ ହୋଇ ସେମାନେ ମିଶିକି ଫଳମୂଳ ଖାଇଲେ ସେ ତା ବାପାଙ୍କୁ ସବୁକଥା କହିଲା ତା ବାପା ବିଶ୍ୱାସ କଲେନି ତେଣୁ ସେ ମାଣିକ୍ୟ କୁ ଦେଖେଇ କହିଲା ବାପା ଏ ଦେଖ ସେ ମାଣିକ୍ୟ ତାପରେ ସେ ବିଶ୍ୱାସ କରି କହିଲେ ପୁଅ ଆମର ଦାରିଦ୍ର୍ୟତା ଏବେ ଯିବହରି ଏହାକୁ ଚାଲ ବଜାରରେ ବିକିଦବା ସେତେବେଳେ ପୁଅ କହିଲା ବାପା କିଛିତ କାରଣ ଯୋଗୁ ଏ ଲାଲ ମାଣିକ୍ୟ ମୋ ପାଖକୁ ଆସିଛି ଏହାର ରହସ୍ୟ ନଜାଣିବା ପଯ୍ୟନ୍ତ ଏହାକୁ ବିକିବାନି ପୁଅ କଥାରେ ବାପା ହଁ ଭରିଲେ ଆଉ କହିଲେ ତୁ ଜାଣିଛୁ ଯେତେବେଳେ ମୁଁ ଘଞ୍ଚଜଙ୍ଗଲକୁ ଯାଇଥିଲି ସେତେବେଳେ ସେଠାରେ ମୁଁ ଜଣେ ସାଧୁବାବାଙ୍କୁ ଦେଖିଲି ଯେ କି ତେଜିଆନ ଭଳି ଜଳୁଥିଲେ ମୁଁ ଦେଖିକି ଡରରେ ପଳେଇ ଆସିଲି ,ଏବେ ତ ସନ୍ଧ୍ୟା ହେବାକୁ ଆସିଲାଣି କାଲି ଚାଲ ସେ ବାବାଙ୍କ ପାଖକୁ ଯିବା ସେ କାଳେ ଆମକୁ ଏହାର ରହସ୍ୟ ବିଷୟରେ କହିପାରିବେ,ସେମାନେ ସଂଧ୍ୟା ଧୂପ ଦେଇ ସାରି ସମସ୍ତ ନିତ୍ୟକର୍ମ ସାରି ସୋଇବାକୁ ଗଲେ । ପୁଣି ସେ ପିଲାଟିକୁ ନିଘୋଡ଼ ନିଦ ହୋଇଗଲା ଏବଂ ସେ ସ୍ୱପ୍ନରେ ଦେଖିବାକୁ ଲାଗିଲା ସେ ଚାରିଜଣଙ୍କ ସହିତ ଆଉ ଜଣେ ସାଧୁବାବା ମଧ୍ୟ ଅଛନ୍ତି ସେମାନେ ସେ ପିଲାଟିକୁ କହିଲେ ତୁମର ସ୍ବପ୍ନ ସତ ତୁମେ ହେଉଛ ସେହି ପବିତ୍ର ଗ୍ରନ୍ଥର ରକ୍ଷକ ଯେକି ପୂର୍ବଜନ୍ମରେ ଗ୍ରନ୍ଥକୁ ରକ୍ଷା କରିବାକୁ ଯାଇ ନିଜ ଜୀବନକୁ ନିସ୍ୱର୍ଗ କରିଦେଇଥିଲ ଏବେବି ସେ ପବିତ୍ର ଗ୍ରନ୍ଥ ଲୁକ୍କାୟିତ ଅଛି ଯାହାକୁ ସେ ଆତତାୟୀ ଏବେ ଭି ଖୋଜୁଛି ସେ ରହସ୍ୟ ତୁମ ସହିତ କେଉଁଠାରେ ହଜିଯାଇଛି ତୁମେ ମୋ ପାଖକୁ ଆସିଲେ ମୁଁ ତୁମର ପୂର୍ବ ଜନ୍ମ ବିଷୟରେ ସମସ୍ତ କଥା କହିବି ତୁମେ କାଲି ନିଶ୍ଚିତ ଏହି ସ୍ଥାନକୁ ଆସିବ ଏହା କହି ସାଧୁବାବା ଆଶୀର୍ବାଦ ଦେଇ କହିଲେ ଏବେ ତୁମେ ଆସିପାର ଏହାପରେ ଆଉ କୌଣସି ସ୍ବପ୍ନ ଦୃଶ୍ୟମାନ ହେଲାନି ସେ ପିଲାଟି ଶୋଇ ରହିଲା ।ସକାଳ ହେଲା ସେ ଆଉ ତା ବାପା ଜଙ୍ଗଲ ଭିତରକୁ ଚାଲିଲେ ବାବାଙ୍କ ସନ୍ଧାନରେ ପ୍ରାୟ ୨ ରୁ ୩ ଘଣ୍ଟା ଚାଲିଲା ପରେ ଗୋଟେ ନଦୀଟିଏ ପଡିଲା ଯାହା ସେ ସ୍ୱପ୍ନରେ ଦେଖିଥିଲା ସେ ସେଠାରୁ ସ୍ବପରେ ଦେଖିଥିବା ରାସ୍ତାକୁ ଅନୁସରଣ କଲା ତା ପଛକୁ ତା ବାପା ମଧ୍ୟ ସେ ରାସ୍ତାରେ ଚାଲିଲେ କିଛି ସମୟ ପରେ ସେମାନେ ଠିକ ସେହି ଜାଗାରେ ପହଁଚିଲେ ସେଠାରେ ସାଧୁବାବା ତାଙ୍କୁ ପୂର୍ବରୁ ଅପେକ୍ଷା କରି ରହିଥିଲେ ଏହା ଦେଖି ସେମାନେ ପ୍ରଥମେ ସାଧୁବାବାଙ୍କୁ ପଚାରିଲେ ବାବା ଆପଣ ମୋତେ ଏଠିକି ଆସିବା ପାଇଁ ସ୍ୱପ୍ନରେ କହିଥିଲେ ଆପଣ ମୋତେ ଜାଣି ପାରୁଛନ୍ତି ଏହା ଦେଖି ବାବା କହିଲେ ପ୍ରଥମେ ମୋତେ ସେହି ମାଣିକ୍ୟ ଦିଅ ଯାହା ମୁଁ ଧ୍ୟାନ ବଳରେ ତୁମ ପାଖରେ ପହଁଚାଇଥିଲି ତାପରେ ମୁଁ ତୁମକୁ ବିଶ୍ଵାସ କରିବି ପୂର୍ବରୁ ମୁଁ କାହାକୁ ଭି ବିଶ୍ୱାସ କରିପାରିବିନି..ଏହା ଶୁଣି ସେ ପିଲାଟି ସେ ମାଣିକ୍ୟକୁ ସେହି ସାଧୁବାବାଙ୍କୁ ଦେଇଦେଲା ଆଉ ପଚାରିଲା ବାବା ଆପଣ ମୋତେ ମୋ ପୂର୍ବ ଜନ୍ମ ବିଷୟରେ କହିବେ ବୋଲି କହିଥିଲେ ମୁଁ ମୋ ପୂର୍ବଜନ୍ମ ବିଷୟରେ ଜାଣିବା ପାଇଁ ଏଠାକୁ ଆସିଛି ଆଉ ଏହି ମାଣିକ୍ୟର ମୋ ସହିତ ସମ୍ବନ୍ଧ କଣ ଜାଣିବାକୁ ଚାହୁଁଛି । ସାଧୁବାବା ଏଥର ବିଶ୍ଵାସ କରି କହିଲେ ତୁମେ ପୂର୍ବଜନ୍ମରେ ଲାଲପୁରର ପବିତ୍ର ଗ୍ରନ୍ଥର ରକ୍ଷକ ଥିଲ ତୁମେ ଶେଷ ନିଶ୍ୱାସ ପଯ୍ୟନ୍ତ ସେ ଗ୍ରନ୍ଥକୁ ଅନ୍ୟ ହାତକୁ ଯିବାକୁ ଦେଇ ନଥିଲ, ଏବେ ଭି ସେ ପବିତ୍ର ଗ୍ରନ୍ଥ ଏହି ଜଙ୍ଗଲରେ କେଉଁଠାରେ ଲୁକାୟିତ ଭାବରେ ରହିଛି ତାକୁ ଖୋଜିବା ପାଇଁ ତୁମକୁ ମୁଁ ବହୁତ ଖୋଜିଛି କିନ୍ତୁ ପାଇ ନଥିଲି କାରଣତୁମେ ଆର ପାରିକୁ ଯାଇ ସାରିଥିଲ ତାପରେ ମୁଁ ଧ୍ୟାନ କରି ତୁମର ପରଜନ୍ମ ବିଷୟରେ ଜାଣିଲି ଆଉ ତୁମକୁ ମୋ ପାଖକୁ ଆଣିବା ପାଇଁ ସ୍ୱପ୍ନର ସାହାଯ୍ୟ ନେଲି ।ଏବେ ଆମେ ପବିତ୍ର ଗ୍ରନ୍ଥକୁ ଖୋଜିବା ପାଇଁ ଉଭୟ ଧ୍ୟାନମଗ୍ନ ହେବା ନିହାତି ଦରକାର ଯାହା ଫଳରେ ପୂର୍ବଜନ୍ମରେ ଘଟିଥିବା ସମସ୍ତ କଥା ତୁମର ମନେ ପଡିଯିବ,ଆଉ ଆମେ ପବିତ୍ର ଗ୍ରନ୍ଥକୁ ତାର ଉଚ୍ଚିତ ସ୍ଥାନରେ ରଖିଦେବା ଯାହା ଦ୍ୱାରା ଏହି ସ୍ଥାନରେ ଘଟୁଥିବା ସମସ୍ତ ପ୍ରାକୃତିକ ବିପତ୍ତି ସମ୍ପୂର୍ଣ୍ଣ ମୂଳପୋଛ ହୋଇଯିବ ଏଠାରେ ଘଟୁଥିବା ସମସ୍ତ ଘଟଣା ସେହି ପବିତ୍ର ଗ୍ରନ୍ଥକୁ ଚୋରିକଲା ଦିନଠାରୁ ଏଠାରେ ଘଟୁଛି,ତାପରେ ସେମାନେ ଧ୍ୟାନମଗ୍ନ ହୋଇଗଲେ..ସେ ପିଲାଟି ସାଧୁବାବାଙ୍କ ଚମତ୍କାର ଫଳରେ ପୂର୍ବଜନ୍ମ ବିଷୟରେ ଦେଖିବାକୁ ଲାଗିଲା ।ସେ ସମସ୍ତ ବିଷୟ ଭଲ ଭାବେ ବୁଝିଗଲା ଆଉ ଜାଣିପାରିଲା  ଯଦି ସେ ଏବେ ଭି ପବିତ୍ର ଗ୍ରନ୍ଥକୁ ଯେଉଁଠି ଆଗରୁ ରଖିଥିଲା ଯଦି ସେଠାରୁ ନେଇ ଆସେ ତେବେ ଭି ବହୁତ ଅସୁବିଧା ହବ ତେଣୁ ସେ ଧ୍ୟାନଭଗ୍ନ ହୋଇ ଠିଆ ହୋଇଗଲା ଆଉ ବାବାଙ୍କୁ କହିଲା ବାବା ମୁଁ ମୋର ପୂର୍ବଜନ୍ମ ବିଷୟରେ ସମସ୍ତ କଥା ଦେଖିଲି କିନ୍ତୁ ପବିତ୍ର ଗ୍ରନ୍ଥକୁ ଶେଷ ମୁହୂର୍ତରେ କେଉଁଠାରେ ରଖିଲି ତାହା ଦେଖି ପାରିଲିନି କାହିଁକି ଜାଣିପାରୁନି । ସାଧୁବାବା କହିଲେ କିଛି କଥା ନାହିଁ ତୁମକୁ ମୁଁ କିଛି ମନ୍ତ୍ର କହୁଛି  ସକାଳେ ଆଉ ସନ୍ଧ୍ୟାରେ ଧ୍ୟାନମଗ୍ନ ରହି ଜପ କରିବ ଦେଖିବ ତୁମର ସବୁ କଥା ମନେପଡ଼ିଯିବ ଆଉ ସେତେବେଳେ ତୁମେ ମୋ ପାଖକୁ ଆସିବ ମିଶିକି ସେ ସ୍ଥାନକୁ ଯିବା ।ଏବେ ବସ୍ଛ ତୁମେ ଏଠାରୁ ପ୍ରସ୍ଥାନ କର ୭ଦିନ ପରେ ଏଠାକୁ ଆସିବ ଆମେ ପୁଣି ଥରେ ସେ ପବିତ୍ର ଗ୍ରନ୍ଥକୁ ଖୋଜିବା...ଏହା ଶୁଣି ସେ ପିଲା ଆଉ ତା ବାପା ସେ ସ୍ଥାନରୁ ପ୍ରସ୍ଥାନ କଲେ ନିଜ ଘର ମୁଖକୁ ( ପ୍ରଥମ ଭାଗ)

Upcoming Part-2

ଏହି ଗଳ୍ପ ଚାରି ଭାଗରେ ବିଭକ୍ତ ଏହାକୁ ନିଶ୍ଚିତ ଭାବରେ ପଢନ୍ତୁ ଏବଂ ଉପଭୋଗ କରନ୍ତୁ